ଦିଲ୍ଲୀର ଗାନ୍ଧୀନଗର ମାର୍କେଟରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ୨୫ରୁ ଅଧିକ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ, ୧୩/୧୧ : ଗୁରୁବାର ରାତିରେ ଦିଲ୍ଲୀର ଗାନ୍ଧୀ ନାଗର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଅନେକ କପଡ଼ା ଦୋକାନ ଜଳିଯାଇଛି। ଏକ କପଡ଼ା ଦୋକାନରୁ ନିଆଁ ଲାଗିବା ପରେ ସମସ୍ତ ଦୋକାନକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ିପାଉଁଶ ହୋଇଯାଇଛି । କିନ୍ତୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ନିଆଁ ଲିଭାଇବା ଲାଗି ୨୫ରୁ ଅଧିକ ଗାଡ଼ି ନିୟୋଜିତ ହୋଇଥିଲେ । ଦମକଳ ବିଭାଗ ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି କହିଛି ।

ସୂଚନାଯୋଗ୍ୟ, ଗାନ୍ଧୀନଗର ହେଉଛି କପଡ଼ାର ହୋଲସେଲ ବଡ଼ ମାର୍କେଟ । ଦୀପାବଳି ପୂର୍ବରୁ ଏହି ନିଆଁ ଲାଗିବାରୁ କପଡ଼ା ବ୍ୟବସାୟୀଙ୍କ ବ୍ୟାପକ କ୍ଷତି ହୋଇଛି । ସେମାନେ ମଧ୍ୟ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ବିଳମ୍ବିତ ରାତିରେ ନିଆଁ ଲିଭାକାମ ହୋଇଥିଲା । ଦମକଳ ବାହିନୀର କହିବା ଅନୁସାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା ।