ମୁମ୍ବାଇ, ୧୩/୧୧ : ଡ୍ରଗ୍ସ ମାମଲାରେ ଅଭିନେତା ଅର୍ଜୁନ ରାମପାଳ ନାଁ ଆସିବା ପରେ ତାଙ୍କୁ ସମନ ପଠାଇଥିଲା । ଆଜି ଏନସିବି କାର୍ଯ୍ୟକାଳରେ ତାଙ୍କୁ ପଚରାଉଚରା କରାଯାଉଛି । ଏହା ପୂର୍ବରୁ ଅର୍ଜୁନ ରାମପାଲଙ୍କ ଲିଭ୍ ଇନ୍ ପାର୍ଟନର ଗ୍ରୋବ୍ରିଏଲାଙ୍କୁ ମଧ୍ୟ ଏନସିବି ପଚରାଉଚରା କରିଥିଲା । ଅର୍ଜୁନ ରାମପାଲଙ୍କ ଘରେ ଛାନଭିନ୍ ପରେ ଏନସିବି ଅଭିନେତା ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନର ଗୋବ୍ରିଏଲାଙ୍କୁ ସମନ ଜାରି କରିଥିଲା ।
ଏହି ଘଟଣାରେ ଅର୍ଜୁନ ରାମପାଲ ଏବଂ ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କ ନାଁ ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଏନସିବିକୁ ଗୋବ୍ରିଏଲା ଡେମୋଟ୍ରିୟଡସଙ୍କ ଭାଇ ଏଗିସିଆଲସ୍ ଡେମୋଟ୍ରିୟଡସଙ୍କ ନିକଟରୁ ହଶିଶ ଏବଂ ଏପ୍ଲ୍ରାଜୋଲମର ଔଷଧ ଜବତ ହୋଇଥିଲା । ବର୍ତ୍ତମାନ ଏଗିସିଆଲସ୍ ଏନସିବି ହେପାଜତରେ ରହିଛି । ଏନସିବି ସୂତ୍ର ଅନୁସାରେ ତାଙ୍କୁ ଅର୍ଜୁନ ଏବଂ ଗୋବ୍ରିଏଲାଙ୍କ ବିରୋଧରେ ଇଲେକ୍ଟ୍ରୋନିକ୍ ପ୍ରମାଣ ମିଳିଛି ।