ଚମ୍ପାଇ, ୧୪/୧୧ : ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଛି । ଏହି ଭୂକମ୍ପ ମିଜୋରାମର ଚମ୍ପାଇ ଜିଲ୍ଲାର ୧୧୯ କିଲୋମିଟର ପୂର୍ବରେ ସଂଗଠିତ ହୋଇଥିବା କୁହାଯାଉଛି । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ ।
ମିଜରାମର ଚମ୍ପାଇ ଅଞ୍ଚଳ ଭୂମିକମ୍ପ ପାଇଁ ସମ୍ବେଦନଶୀଳ ବୋଲି କୁହାଯାଇଥାଏ । ଏହି ଅଞ୍ଚଳରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ । ଗତ ମାସରେ ମଧ୍ୟ ଏହି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।