ନୂଆଦିଲ୍ଲୀ, ୧୫/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୪୩ ଲକ୍ଷ ୧୧ ହଜାର ୬୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୩ ଲକ୍ଷ ୧୭ ହଜାର ୩୯୬ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୭୮ ଲକ୍ଷ ୬୧ ହଜାର ୮୮୪ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୫୧ ଲକ୍ଷ ୩୨ ହଜାର ୩୩୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୮ ହଜାର ୧୨୬ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷ ୨୫ ହଜାର ୫୧୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫୧ ହଜାର ୨୫୪ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୮ ଲକ୍ଷ ୯୦ ହଜାର ୯୨୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୦ ଲକ୍ଷ ୮୩ ହଜାର ୩୪୧। ଏଥିରୁ ୨୦ ହଜାର ୪୧୬ ଜଣ ଗୁରୁତର ଅଛନ୍ତି ।