କୋଭିଡ୍ ହସ୍ପିଟାଲ ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ, ୧୫/୧୧ : ରୋମାନିଆରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିଆଟ୍ରା ନିମ୍ଟର ଏକ ସରକାରୀ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗିଯିବାରୁ ୧୦ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ, ରୋମାନିଆର ଉତ୍ତର ନୀଷ୍ଟ୍ କାଉଣ୍ଟିଂ ଜରୁରୀକାଳିନ ସେବାର ମୁଖପାତ୍ର ଇରିନା ପୋପା କହିଛନ୍ତି ଯେ, ଶନିବାର ହସ୍ପିଚାଲରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁ କୋଠରୀରେ ପ୍ରଥମେ ନିଆଁ ବ୍ୟାପିଲା ସେଠାରେ ୧୬ଜଣ ଆକ୍ରାନ୍ତ ଥିଲେ । ତେବେ ଘଟଣାସ୍ଥଳରେ ହିଁ ନିଆଁରେ ପୋଡି ହୋଇ ୧୦ ଜଣ ପ୍ରାଣ ହରାଇଥିଲେ ।

ସେ ଆହୁରି କହିଛନ୍ତି ଯେ, ପ୍ରାଣ ହରାଇଥିବା ଆକ୍ରାନ୍ତମାନେ ପଜିଟିଭ୍ ହେବା ପରେ ଗୁରୁତର ଥିଲେ । ତେବେ ନିଆଁରେ ଜଣେ ଆକ୍ରାନ୍ତ ଗୁରୁତର ଅଛନ୍ତି । ସେହିପରି କିଛି ହସ୍ପିଟାଲ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।