ବିହାର: ୭ମ ଥର ମୁଖ୍ୟମନ୍ତ୍ରୀ ହେବେ ନୀତିଶ କୁମାର, ଆସନ୍ତାକାଲି ନେବେ ଶପଥ

ପାଟନା, ୧୫/୧୧ : ବିହାରର ନୂଆ ସରକାର ଗଠନ ପାଇଁ ଆଜି ପାଟନାରେ ଅନୁଷ୍ଠିତ ଏନଡିଏ ବିଧାୟକ ଦଳ ବୈଠକରେ ନୀତୀଶ କୁମାର ପୁଣି ଥରେ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ସହ ନୀତୀଶ କୁମାର ୭ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଛି । ଆସନ୍ତାକାଲି ଅପରାହ୍ନ ୪.୩୦ ସମୟରେ ସେ ଶପଥ ଗ୍ରହଣ କରିବେ। ଏହା ସହ ବିଜେପିର ସୁଶୀଲ ମୋଦୀ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ବିଧାନସଭା ଦଳ ବୈଠକରେ ସାମିଲ ଥିବା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ନୀତୀଶ କୁମାରଙ୍କ ନାମ ଘୋଷଣା କରିଛନ୍ତି । ଏନଡିଏର ଏହି ବୈଠକରେ ସମସ୍ତ ଚାରି ସହଯୋଗୀ ଦଳ ଉପସ୍ଥିତ ଥିଲେ । ଏହି ବୈଠକରେ ବିଜେପି, ଜେଡିୟୁ, ହମ୍ ଏବଂ ଭିଆଇପି ର ୧୨୫ ଜଣ ବିଧାୟକ ଉପସ୍ଥିତ ଥିଲେ ।