ସରକାରୀ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତିନି ଠକ ଗିରଫ

ଢ଼େଙ୍କାନାଳ, ୧୫/୧୧ : କୃଷି ବିଭାଗରେ ମିଳିବ ସରକାରୀ ଚାକିରୀ। ଏପରି କହି ହଜାର ହଜାର ଟଙ୍କା ଆଦାୟ କରୁଥିଲା ଏକ ଘରୋଇ ସଂସ୍ଥା। ଏ କଥା ପ୍ରଘଟ କଲେ ସଂସ୍ଥାର କର୍ମଚାରୀମାନେ ଟ୍ରେନିଂ ପାଇଁ ଡାକି ନିର୍ଯାତନା ଦେଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ସଂସ୍ଥାର ୩ ଜଣ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ।

ଖବର ଅନୁଯାୟୀ ଢେଙ୍କାନାଳ ସହରର ଆନନ୍ଦ ନଗରଠାରେ ଏକ ଭଡା ଘରେ ଚାଲୁଥିଲା ଏହି ସଂସ୍ଥା। ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରୁ ୫୦ରୁ ଉର୍ଦ୍ଧ୍ଵ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏହି ପିଲାମାନେ ସମ୍ବଲପୁର, କଳାହାଣ୍ଡି, ଦେବଗଡ଼, ବରଗଡ଼, କୋରାପୁଟ ଓ ଅନୁଗୁଳ ପାଲଲହଡ଼ା ଆଦି ଅଞ୍ଚଳର ବୋଲି ଜଣାପଡିଛି। ପିଲାମାନେ କହିଛନ୍ତି କୃଷି ବିଭାଗରେ ଚାକିରୀ କରାଇଦେବେ କହି ସେମାନଙ୍କୁଠୁ ୨୦ ହଜାର ଲେଖାଏଁ ନିଆଯାଇଥିଲା। ଏହାବାଦ ହଷ୍ଟେଲ ବାବଡକୁ ୬ ହଜାର। ତେବେ ପୋଲିସ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରି ପୋଲିସ୍‌ ତଦନ୍ତ ଚଳାଇଛି।