ଭୁବନେଶ୍ୱର, ୧୫/୧୧ : କେନ୍ଦ୍ର ସରକାରଙ୍କ ଶିଳ୍ପ ନୀତି ଓ ବିକାଶ ବିଭାଗ (ଡିଆଇପିପି) ପକ୍ଷରୁ ରାଜ୍ୟଗୁଡ଼ିକର ଷ୍ଟାର୍ଟଅପ୍ ମାନ୍ୟତା ଜାରି କରାଯାଇଛି। ୨୦୧୯ ବର୍ଷ ପାଇଁ ଓଡ଼ିଶାକୁ ମିଳିଲା ‘ଷ୍ଟାର୍ଟ ଅପ୍ ଲିଡର’ ମାନ୍ୟତା ମିଳିଛି। ରାଜ୍ୟ ଷ୍ଟାର୍ଟ ଅପ୍ ପରିଷଦ ବୈଠକରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ତେବେ ରାଜ୍ୟରେ ଷ୍ଟାର୍ଟ ଅପ୍ ଉଦ୍ୟୋଗ ସଂଖ୍ୟା ୭୭୪କୁ ବୃଦ୍ଧି ହୋଇଛି। ଫଳରେ ୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଷ୍ଟାର୍ଟ ଅପ୍ ପାଇଁ ପରିବେଶ ଓ ବ୍ୟବସ୍ଥା କ୍ରିୟାଶୀଳ କରିବାକୁ ନିର୍ଦେଶ ଦିଆଯାଇଛି।