ନୂଆଦିଲ୍ଲୀ, ୧୬/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୪୮ ଲକ୍ଷ ୨ ହଜାର ୮୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୩ ଲକ୍ଷ ୨୪ ହଜାର ୨୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୮୧ ଲକ୍ଷ ୨୮ ହଜାର ୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୫୩ ଲକ୍ଷ ୫୦ ହଜାର ୨୪୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୯୮ ହଜାର ୬୭୬ ହେଉଛନ୍ତି ଗୁରୁତର ରୋଗୀ ।
ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୬୩ ହଜାର ୬୯୯ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫୧ ହଜାର ୮୩୨ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୬୯ ଲକ୍ଷ ୩୩ ହଜାର ୮୯୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୧ ଲକ୍ଷ ୭୭ ହଜାର ୯୭୬। ଏଥିରୁ ୨୦ ହଜାର ୫୬୯ ଜଣ ଗୁରୁତର ଅଛନ୍ତି ।