ମଣିପୁର ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଇମ୍ଫାଲ, ୧୬/୧୧ : ମଣିପୁର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ହୋମ୍ ଆଇସୋଲେସନରେ ରହିଛନ୍ତି। ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କରୋନା ସ୍ବାବ ପରୀକ୍ଷା ଓ ଆଇସୋଲେସନରେ ରହିବାକୁ ପାଇଁ ପରାମର୍ଶ ଦେଇଛନ୍ତି। କିଛି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଉଥିବାରୁ ସେ ନିଜର ସ୍ବାବ ପରୀକ୍ଷା କରାଇଥିଲେ। ପରୀକ୍ଷା କରିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।