ରାଜ୍ୟରେ ବଢିବ ଶୀତ, ୨ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର,୧୬/୧୧ : ରାଜ୍ୟରେ ଆହୁରି ବଢିବ ଶୀତ । ରାତିର ତାପାମାତ୍ରା ଆସନ୍ତା ଦୁଇରୁ ତିନି ଦିନ ପରେ ୨ରୁ ୩ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ହ୍ରାସ ପାଇବ । ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରା କମିବା ଯୋଗୁ ଥଣ୍ଡା ଅନୁଭୂତ ହେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ରବିବାର ରାଜ୍ୟର ୫ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରେକର୍ଡ କରାଯାଇଥିଲା । ଏବେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇଥିବାରୁ ଥଣ୍ଡା କମିଛି । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ୧୮ ତାରିଖରୁ ତାପମାତ୍ରା କମିବ ଓ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।