ନୂଆଦିଲ୍ଲୀ, ୧୬/୧୧ : ଭାରତରେ ବଡ଼ଧରଣର ଆତଙ୍କବାଦ ଆକ୍ରମଣ ଯୋଜନା କରିଛି ପାକିସ୍ତାନ। ଏଥିଲାଗି ପାକ୍ ଅଧିକୃତ କାଶ୍ମୀର ଲଞ୍ଚପ୍ୟାଡ୍ରେ ଅନୁନ୍ୟ ୩୦୦ ଆତଙ୍କବାଦୀଙ୍କୁ ଠୁଳ କରିଛି। ସେମାନଙ୍କୁ ଭାରତ ସୀମା ଭିତରକୁ ପୁରାଇବା ଲାଗି ମଝିରେ ମଝିରେ ପାକ୍ ସେନା ସିଜ୍ ଫାୟର ଉଲ୍ଲଂଘନ ମଧ୍ୟ କରୁଛନ୍ତି। ତେବେ ଆତଙ୍କବାଦୀଙ୍କ ଅନୁପ୍ରବେଶ ରୋକିବା ଲାଗି ସୁରକ୍ଷା ଗ୍ରିଡ ମଜଭୁତ ଥିବାରୁ ସେମାନେ ଅନୁପ୍ରବେଶ କରିପାରୁନଥିବା ବିଏସଏଫ ଆଇଜି ରାଜେଶ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
କିନ୍ତୁ ଆମର ସେନା ଏବଂ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି କଡ଼ା ଜବାବ ଦେବା ପାଇଁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ସେନା ଏବଂ ବିଏସ୍ଏଫ୍ ଯବାନ୍ ମାନେ ସାହସର ସହିତ ଲଢେଇ କରୁଛନ୍ତି । ଆମର ଯବାନ ସହ ସାଧାରଣ ନାଗରିକ ଆହତ ହୋଇଛନ୍ତି ଏବଂ ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଆମେ ମଧ୍ୟ ତାଙ୍କର ପ୍ରତ୍ୟକ କାର୍ଯ୍ୟାର ଜବାବ ଦେବା ସହ ଅନେକ ବଙ୍କରକୁ ନଷ୍ଟ କରିଦେଇଛୁ । ହେଲେ ଏବେ ବି ସାଧାରଣ ନାଗରିକଙ୍କୁ ପାକିସ୍ତାନ ଟାର୍ଗେଟ କରିଛି।