ହିମାଚଳପ୍ରଦେଶ : ହିମାଚଳପ୍ରଦେଶର ଚଣ୍ଡିଗଡ-ମନାଲୀ ରାଷ୍ଟ୍ରୀୟ ଉଚ୍ଚ ମାର୍ଗ ମଣ୍ଡୀ ନିକଟ ପୁଲଘରାଟ ଅଞ୍ଚଳରେ ଏକ ବଡ ଧରଣର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ପିକଅପ ଭ୍ୟାନ ନଦୀକୁ ଓଲଟି ପଡିବାରୁ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲି ଯାଇଛି। ପିକଅପ ଚାଳଳଙ୍କ ଅବସ୍ଥା ଗୁରୁତର ରହିଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ ସମସ୍ତ ମୃତକଙ୍କ ବିହାରରୁ ଆସୁଥିବା ଶ୍ରମିକମାନେ ବୋଲି ଜଣାପଡ଼ିଛି। ଖବର ମୁତାବକ ଗତକାଲି ବିଳମ୍ବିତ ରାତି ୩ଟାରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି।