ପୁରୀ ଶ୍ରୀମନ୍ଦିର ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ ଅନୁମୋଦନ

ପୁରୀ, ୧୭/୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି। ବୈଠକରେ ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍ ଅନୁମୋଦନ କରାଯାଇଛି । ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇ କହିଛନ୍ତି ଯେ, କରୋନା ଯୋଗୁଁ ଶ୍ରୀମନ୍ଦିରର ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଛି । ସେଥିପାଇଁ ଆୟ ବଢାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ଶ୍ରୀମନ୍ଦିର ପାଇଁ ଅନଲାଇନ୍ ଡୋନେସନ ଆରମ୍ଭ କରାଯିବ । ଏକ ମାସ ପରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି ।