ନୂଆବର୍ଷରୁ ନୂଆ ଭୋଟର ପଞ୍ଜୀକରଣ

ଭୁବନେଶ୍ୱର, ୧୭/୧୧ : ୨୦୨୧ ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ପଞ୍ଜୀକୃତ ହୋଇନଥିବା ବ୍ୟକ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ନୂଆକରି ପଞ୍ଜୀକରଣ କରିପାରିବେ । ୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରାଯାଇପାରିବ । ଭୋଟର ତାଲିକାରେ ଯୋଗ ପାଇଁ ଉଦ୍ଦିଷ୍ଟ ଫର୍ମ ୬ରେ ଆବେଦନ କରିବାକୁ ପଡ଼ିବ।

ଏଥିସହ ଭୋଟର ପରିଚୟ ପତ୍ର ତାଲିକାରେ ଥିବା ତ୍ରୁଟି ମଧ୍ୟ ସଂଶୋଧନ ହୋଇପାରିବ । ଏନେଇ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।