ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୫୯ ଲକ୍ଷ ୨୬ ହଜାର, ମୃତ୍ୟୁ ସଂଖ୍ୟା ୧୩ ଲକ୍ଷ ୪୨ ହଜାର

ନୂଆଦିଲ୍ଲୀ, ୧୮/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୫ କୋଟି ୫୯ ଲକ୍ଷ ୨୬ ହଜାର ୪୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୩ ଲକ୍ଷ ୪୨ ହଜାର ୮୦୫ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୩ କୋଟି ୮୯ ଲକ୍ଷ ୨୯ ହଜାର ୭୨୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୫୬ ଲକ୍ଷ ୫୩ ହଜାର ୯୪୧ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୧ ହଜାର ୨୪୭ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୯୧ ହଜାର ୧୪୮ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୫୪ ହଜାର ୨୧୫ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୭୦ ଲକ୍ଷ ୭୭ ହଜାର ୫୪୩ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୩ ଲକ୍ଷ ୫୯ ହଜାର ୩୯୦। ଏଥିରୁ ୨୧ ହଜାର ୨୫୨ ଜଣ ଗୁରୁତର ଅଛନ୍ତି ।