ବନୀକରଣ ଯୋଜନାରେ ଅନିୟମିତତା ଅଭିଯୋଗ : ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ନିଲମ୍ବିତ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରେଞ୍ଜ ପୋଇପାଣି ବିଟ୍‌ରେ ବନୀକରଣ ନାମରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପାଟଣା ଫରେଷ୍ଟର ଜ୍ୟୋସ୍ନାରାଣୀ ବେହେରା ଏବଂ ପୋଇପାଣି ଫରେଷ୍ଟଗାର୍ଡ ମଧୁସ୍ମିତା ଡୋରାଙ୍କୁ କେନ୍ଦୁଝର ଡି ଏଫ୍.ଓ ସ୍ୱୟମ ମଲ୍ଲିକ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବନୀକରଣ କାର୍ଯ୍ୟରେ ୫୦ ହେକ୍ଟର ଜମିରେ ୧୦ ଲକ୍ଷ ଟଙ୍କାର ଅନୁଦାନରେ ୧୦ହଜାର ଗଛ ଲଗା ଘଟଣାରେ ଅନିୟମିତତା ଥିବା ଅଭିଯୋଗ ଆସିବା ପରେ କେନ୍ଦୁଝର ଡି ଏଫ୍.ଓ ଘଟଣା ର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଯୋଜନା କାର୍ଯ୍ୟକାରିତାରେ ସାମିଲ ଏହି ଦୁଇ ଅଭିଯୁକ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।