ଭୁବନେଶ୍ୱର,୧୮ /୧୧- (ପ୍ରଦୀପ୍ତ କୁମାର ଦାସ) : ଭିଜିଲାନ୍ସ ଜାଲରେ ଛନ୍ଦିହୋଇଛନ୍ତି ତରଭାର ତହସିଲଦାର ତଥା ସବରେଜିଷ୍ଟ୍ରାର ସୁବ୍ରତ କୁମାର ବେହେରା। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଅଂଚଳରେ ଥିବା ଏକ ଜମି ବିକ୍ରିକୁ ନେଇ ଏହାର ରେଜିଷ୍ଟ୍ରି ପାଇଁ ଲାଞ୍ଚ ବାବଦରେ କୋଡିଏ ହଜାର ଟଙ୍କା ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ତେବେ ଏହି ଟଙ୍କା ଜମି ବିକ୍ରି କରିଥିବା କାନ୍ହୁ ଚରଣ ଦାଶଙ୍କ ଠାରୁ ସେ ତାଙ୍କ ଘରେ ନେଉଥିଲେ ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଚଢ଼ାଉ କରାଯାଇ ଉକ୍ତ ଲାଞ୍ଚ ଟଙ୍କାକୁ ଘଟଣା ସ୍ଥଳରୁ ଜବତ କରାଯାଇଛି । ଏହାକୁ ଭିତ୍ତିକରି ସମ୍ବଲପୁର ଭିଜିଲାନ୍ସ ଡିଭିଜନରେ କେସ ନମ୍ବର 29/2020 ରେ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବାବେଳେ ସୁବ୍ରତଙ୍କ ଅଫିସ,ଘର,ପୈତୃକ ଗୃହ ଓ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ାଉ ଜାରିରହିଥିବା ଖବର ମିଳିଛି ।