ନୂଆଦିଲ୍ଲୀ : ଏବେ ଆପଣ ନିଜେ ନିଜର କରୋନା ପରୀକ୍ଷା କରିପାରିବେ । ପୁଣି ରିପୋର୍ଟ ପାଇଁ ଦିନେ କି ଦୁଇ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ମାତ୍ର ୩୦ ମିନିଟ୍ ରେ ହାତ ପାହାନ୍ତାରେ ମିଳିବ କରୋନା ରିପୋର୍ଟ ।
ସେଲ୍ଫ କୋଭିଡ୍ ଟେଷ୍ଟ କିଟ୍ କୁ ପ୍ରଥମ ଥର ପାଇଁ ଆମେରିକା ଅନୁମତି ଦେଇଛି । ଯାହା ଦ୍ୱାରା ଏବେ ଆମେରୀକା ବାସୀ ଖୁବ୍ କମ୍ ସମୟରେ ନିଜର କରୋନା ପରୀକ୍ଷା କରାଇବା ସହିତ ନିଜେ ରିପୋର୍ଟ ଜାଣି ପାରିବେ । ଅନେକ ରାଷ୍ଟ୍ରରେ କରୋନା ସଂକ୍ରମଣ ତଳ ମୁହାଁ ହେଉଥିଲେ ବି ଏବେବି ଏହାର ଭୟାବହତା ପୂର୍ବ ଭଳି ରହିଛି । ଏଭଳି ସ୍ଥିତିରେ ଆମେରିକା ସ୍ଥିତି ମଧ୍ୟ ସଙ୍ଗୀନ୍ ରହିଛି । ଯାହାକୁ ଦୃଷ୍ଟିରେ ରଖି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏହି ସେଲ୍ଫ କରୋନା ଟେଷ୍ଟ କିଟକୁ ଅନୁମୋଦନ ଦେଇଛି ।
ସୂଚନା ଅନୁସାରେ ୧୪ ବର୍ଷରୁ ଉର୍ଦ୍ଧ ଲୋକ ଏହି କିଟକୁ ବ୍ୟବହାର କରିପାରିବେ । ଏହି କିଟକୁ ୱାନ ଟାଇମ୍ ବା ଗୋଟିଏ ଥର ବ୍ୟବହାର କରାଯାଇ ପାରିବ । ଏହି କିଟ୍ ସାହାର୍ଯ୍ୟରେ ନିଜର ସ୍ୱାବ୍ ନମୁନା ନିଜେ ସଂଗ୍ରହ କରି ଜଣେ ଖୁବ୍ କମ୍ ସମୟରେ ନିଜର କରୋନା ପରୀକ୍ଷା କରିପାରିବ ।
ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଦେଶରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଙ୍ଗ୍ର ଅନୁମତି ଦେଇଥିବା ବେଳେ ଏହି ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ମଧ୍ୟ ରିପୋର୍ଟ ପାଇଁ ଗୋଟିଏ ଦିନରୁ ଦୁଇ ଦିନ ଅପେକ୍ଷା କରିବା ପାଇଁ ପଡୁଥିଲା ମାତ୍ର ଏବେ ସେଲ୍ଫ କୋଭିଡ୍ ଟେଷ୍ଟିଙ୍ଗ୍ କିଟ୍ ଏହି କ୍ଷେତ୍ରରେ ଲୋକଙ୍କୁ କମ୍ ସମୟରେ ରିପୋର୍ଟ ଦେବାରେ ସହାୟକ ହୋଇ ପାରିବ ।