ତପ୍ତପାଣି ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଦୁଇ ଟ୍ରକ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ଜକରମରପଲ୍ଲୀ ଠାରେ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍ ଓଲଟି ପଡ଼ିଥିବାର ଖବର ମିଳିଛି। ଏଥିରେ ଉଭୟ ଟ୍ରକର ଚାଳକ ଆହତ ହୋଇଛନ୍ତି। ଦୁଇଟି ଟ୍ରକ୍ ମକା ବୋଝେଇ କରି ବ୍ରହ୍ମପୁର ଆଡ଼କୁ ଆସୁଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ତପ୍ତପାଣି ଘାଟିରେ ଏହା ହେଉଛି ଚଳିତ ବର୍ଷର ପଞ୍ଚମ ଦୁର୍ଘଟଣା। ଚଳିତ ବର୍ଷ ଜାନୁଆରି ମାସରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କର ପ୍ରାଣହାନି ଘଟିଥିଲା।