ଭାରତରେ ପୁଣି ବ୍ୟାନ ହେଲା Snack Video ସମେତ ୪୩ ମୋବାଇଲ୍ ଆପ୍

ନୂଆଦିଲ୍ଲୀ, ୨୪/୧୧ : ଭାରତ ସରକାର ପୁଣିଥରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଦେଶର ସୁରକ୍ଷା, ଅଖଣ୍ଡତା ଉପରେ ପ୍ରଭାବ ପକାଉଥିବା ଅଭିଯୋଗରେ ସରକାର ପୁଣି ୪୩ ମୋବାଇଲ୍‌ ଆପ୍‌ ବ୍ୟାନ୍ କରିଛନ୍ତି । ଆଇଟି ଆକ୍ଟ ଧାରା ୬୯ଏ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ତେବେ ଏନେଇ ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହି ବ୍ଲକ୍ ଆପ୍ ମଧ୍ୟରେ ସ୍ନାକ ଭିଡିଓ, କ୍ୟାମ୍ କାର୍ଡ, ଓ୍ବିଡେଟ୍‌, ରେଲା ଆଦି ଆପସ୍ ରହିଛି ।

ସୂଚନାଯୋଗ୍ୟ ପୂର୍ବରୁ ସେପ୍ଟେମ୍ବର ମାସରେ ୧୧୮ଟି ମୋବାଇଲ୍ ଆପ୍‌କୁ ବ୍ୟାନ୍ କରାଯାଇଥିବାବେଳେ ଜୁନ୍ ଶେଷରେ ଟିକ୍‌ଟକ୍‌, ହାଲୋ ସମେତ ୫୯ଟି ମୋବାଇଲ୍ ଆପ୍ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଥିଲେ । ସେହିପରି ଜୁଲାଇ ଶେଷରେ ୪୭ଟି ଆପ୍‌କୁ ଭାରତରେ ନିଷେଧ କରାଯାଇଥିଲା ।