ଭୁବନେଶ୍ୱର, ୨୪/୧୧ : କାର୍ତ୍ତିକ ପୂର୍ଣ୍ଣିମାରେ ଭାସିବନି ଡ଼ଙ୍ଗା । ଏନେଇ ରାଜ୍ୟ ସରକାର କଟକଣା ଲାଗୁ କରିଛନ୍ତି। । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ-ପୋଖରୀ କୂଳରେ ସାମୁହିକ ଡଙ୍ଗା ଭସାଇବା ଓ ସ୍ନାନ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଛି ।
ଏହା ସହିତ ବଡ଼ଓଷାରେ ବିଭିନ୍ନ ସ୍ଥାନରେ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର କେତେକ ସ୍ଥାନରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ ରାଜ୍ୟସରକାର କଟକଣା ଜାରି କରିଛନ୍ତି ।ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ କାର୍ତ୍ତିକ ପୂର୍ଣ୍ଣିମାରେ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଉଥିବାରୁ ଓ ସାମୁହିକ ସ୍ନାନ କରୁଥିବାରୁ ତାହାଦ୍ବାରା କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।