ନୂଆଦିଲ୍ଲୀ, ୩୦/୧୧ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୩୦ ଲକ୍ଷ ୬୬ ହଜାର ୧୬୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୭ଟା ପର୍ଯ୍ୟନ୍ତ ୧୪ ଲକ୍ଷ ୬୫ ହଜାର ୦୪୮ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୩୫ ଲକ୍ଷ ୪୨ ହଜାର ୩୭୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୮୦ ଲକ୍ଷ ୫୮ ହଜାର ୭୩୭ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୫୪୯ ହେଉଛନ୍ତି ଗୁରୁତର ରୋଗୀ ।