ନୂଆଦିଲ୍ଲୀ, ୧/୧୨ : ଚୀନ ଓ ପାକିସ୍ତାନ ସହିତ ସୀମା ବିବାଦ ଲାଗି ରହିଥିବାବେଳେ କେନ୍ଦ୍ର ସରକାର ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆରଡିଓ)ର ୨ଟି ପରୀକ୍ଷାଗାରକୁ ଏକତ୍ର କରି ଏକ ନୂଆ ପରୀକ୍ଷାଗାର କରିଛନ୍ତି । ଏହି ନୂତନ ପରୀକ୍ଷାଗାର ଚୀନ ଓ ପାକିସ୍ତାନର ସୀମା ଅଂଚଳରେ ବରଫାବୃତ୍ତ ପାଗରେ ଗବେଷଣା ସମୟରେ ସହାୟକ ହେବ । ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡିଆରଡିଓ ୨ଟି ପରୀକ୍ଷାଗାରକୁ ଏକତ୍ର କରି ‘ଡିଫେନ୍ସ ଜିଓ ଇନଫରମେଟିକ୍ସ ଏଷ୍ଟାବ୍ଲିସମେଣ୍ଟ’ ନାଁରେ ଏକ ନୂତନ ପରୀକ୍ଷାଗାର କରିଛି ।
ନୂତନ ପରୀକ୍ଷାଗାର ଲଦ୍ଦାଖରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଚୀନକୁ ଲାଗିଥିବା ସୀମା ଓ ହିମସ୍ଖଳନ ଉପରେ ଗବେଷଣାକୁ କେନ୍ଦ୍ରୀତ କରିବ । ସରକାରଙ୍କ ତରଫରୁ କରାଯାଇଥିବା ନୂତନ ପରୀକ୍ଷାଗାରରେ ଯେଉଁ ୨ଟି ପରୀକ୍ଷାଗାର ବିଳୟ କରାଯାଇଛି ତାହା ହେଲା, ମନାଲୀ ମୁଖ୍ୟାଳୟରେ ଥିବା ବରଫ ଓ ହିମସ୍ଖଳନ ପ୍ରତିଷ୍ଠାନ (ଏସଏଏସଇ) ଓ ଦିଲ୍ଲୀସ୍ଥିତ ପ୍ରତିରକ୍ଷା ଭୂଭାଗ ଗବେଷଣା ପରୀକ୍ଷାଗାର ।
ଡିଆରଡିଓର ପ୍ରମୁଖ ଡ. ଜୀ, ସତୀଶ ରେଡ୍ଡୀ କହିଛନ୍ତି ଏହାକୁ ଆହୁରି ଅଧିକ ଫଳପ୍ରଦ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏସଏଏସଇ ବହୁତ ସକ୍ରିୟ ଭାବେ ପରିଚାଳନା କ୍ଷେତ୍ରରେ ବରଫ ଓ ହିମସ୍ଖଳନର ଅଧ୍ୟୟନରେ ଲାଗିଥିଲା । ଦେଶର ଭିନ୍ନ ଭିନ୍ନ ଅଂଳଚରେ ୩୦୦୦ ଅନରୋଡ ସ୍ଥାନରେ ଏକ ହିମସ୍ଖଳନ ଆଟଲାସ ପ୍ରସ୍ତୁତ କରିଛି ।