ନୂଆଦିଲ୍ଲୀ, ୧/୧୨ : ଋଷ୍ ଓ ଆର୍ଜେଣ୍ଟିନାରେ ଭୁକମ୍ପର ଝଟକା ଅନୁଭୂତ ହୋଇଛି । ବିଶେଷ କଥା ହେଉଛି ଉଭୟ ଭୂକମ୍ପ ଏକ ସମୟରେ ହୋଇଥିବାବେଳେ, ଉଭୟ ଭୂକମ୍ପର ତୀବ୍ରତା ମଧ୍ୟ ପ୍ରାୟ ସମାନ ଥିଲା। ତେବେ ଉଭୟ ସ୍ଥାନରେ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୪ ଓ ୬.୩ ଥିବା ଜଣାପଡ଼ିଛି ।
USGS ଅନୁଯାୟୀ, ରୁଷର ସାଇଟୋଭସ୍କାୟା ଗାଭାନର ଦକ୍ଷିଣ-ପୂର୍ବରୁ ୮୮ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ର ରହିଛି। ଭାରତୀୟ ସମସଅନୁସାରେ ସକାଳ ୪.୨୪ରେ ଏହି ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ସେହିପରି ଆର୍ଜେଣ୍ଟିନାରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ମଙ୍ଗଳବାର ଦିନ ରୁଷ୍ ସହ ଆର୍ଜେଣ୍ଟିନା ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଆର୍ଜେଣ୍ଟିନାରେ ୬.୩ ତିବ୍ରତାର ଭୂକମ୍ପ ଝଟ୍କା ଅନୂଭୂତ ହୋଇଛି । ଏହା ଆର୍ଜେଣ୍ଟିନାର ସେନ୍ ଏଣ୍ଟୋନିୟୋ ଡି ଲସ କୋବରେରୁ ଦକ୍ଷିଣ-ପଶ୍ଚିମ-ପଶ୍ଚିମରେ ୭୬ କିମି ଦୂରରେ କେନ୍ଦ୍ରସ୍ଥଳୀ ରହିଛି । ଯାହାକି ଭାରତୀୟ ସମୟନୁସାରେ ସକାଳ ୪.୨୪ରେ ହୋଇଥିବା ସୂଚନା ରହିଛି ।