ଶିବସେନାରେ ସାମିଲ ହେଲେ ବଲିଉଡ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର

ମୁମ୍ୱାଇ, ୧/୧୨ : ଅନେକ ଦିନର କଳ୍ପନା ଜଳ୍ପନା ଭିତରେ ଆଜି ବଲିଉଡ୍ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗ ଦେଇଛନ୍ତି । ସେ ଶିବସେନା ସଭାପତି ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସେ ୨୦୧୯ ରେ କଂଗ୍ରେସ ଟିକେଟରେ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ପରାଜୟ ପରେ ଦଳ ଛାଡି ଦେଇଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘନିଷ୍ଠ ସହଯୋଗୀ ହର୍ଷଲ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଉର୍ମିଲା ମାତୋଣ୍ଡକର ଶିବସେନାରେ ଯୋଗଦେଇଛନ୍ତି ।

ଶିବସେନା ରାଜ୍ୟପାଳ କୋଟା ଦ୍ୱାରା ଉର୍ମିଲା ମାତୋଣ୍ଡକରଙ୍କୁ ବିଧାନ ପରିଷଦକୁ ମନୋନୀତ କରିବା ପାଇଁ ରାଜ୍ୟପାଳ ବି.ଏସ୍ କୋଶାରିଙ୍କ ନିକଟକୁ ଚିଠି ଲେଖିଛି । ଏଥିସହ ମହା ବିକାଶ ଅଘାଡି ପକ୍ଷରୁ ଏହି କୋଟା ପାଇଁ ଆଉ ୧୧ ଜଣଙ୍କ ନାମ ମଧ୍ୟ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ଜଣାପଡିଛି ।