ଭୁବନେଶ୍ୱର, ୧/୧୨ : ଭୁବନେଶ୍ୱରରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଟ୍ରେଜେରୀ ସାଟେଲାଇଟ୍ ଶାଖା ଖୋଲା ଯାଇଛି। ରାଜଧାନୀର ଇଡିକଲ ହାଉସରେ ଖୋଲା ଯାଇଥିବା ଏହି ଶାଖାକୁ ଏସବିଆଇ ଗ୍ଲୋବାଲ ମାର୍କେଟର ଉପପରିଚାଳନା ନିର୍ଦେଶକ ଏସ୍ ଭି ଶାସ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ ଉତ୍ସବ ରେଗ୍ଲୋବାଲ ମାର୍କେଟର ମୁଖ୍ୟ ମହା ପ୍ରବନ୍ଧକ ବି. ରାଘବେନ୍ଦ୍ର ରାଓ, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀମତୀ ରୁମାଦେ, ନେଟୱର୍କ୧ର ମହା ପ୍ରବନ୍ଧକ ସି,ଏଲ,ଏନଚାରିଯୁଲୁ, ନେଟୱର୍କ ୨ର ମହା ପ୍ରବନ୍ଧକ ବିଜୟ କୁଜୁର ଓ ଏସ୍ବିଆଇ ବାଣିଜ୍ୟକ ଶାଖା ଡିଜିଏମ୍ ଅଭିନ୍ନ ସୁନ୍ଦର ବରାଳ ପ୍ରମୁଖ ଉପସ୍ଥିତ ଥିଲେ । ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆମନ୍ତ୍ରିତ ଅତିଥିମାନେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଓଡ଼ିଶାର କେତେକ ପ୍ରତିଷ୍ଠିତ ଗ୍ରାହକ ଯଥା ପାରାଦୀପ ଫସ୍ଫେଟ୍ସ୍ସ ଲିମିଟେଡ, ଇମ୍ଫା, କାସଭି ପାୱାର ଏବଂ ଆଲେୱଜ୍, ଟାଟା ରିଫାକ୍ଟୋରିଏସ ଲିମିଟେଡ, ଆଇଏଫ୍ଜିଏଲ ରିଫ୍ରାକେଫାରିଜ୍ ଲି’ପ୍ରଭୃତିଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ଭୁବନେଶ୍ବରରେ ଖୋଲିଥିବା ଏହି ଟ୍ରେଜେରୀ ସାଟେଲାଇଟ୍ ଶାଖାହେଉଛି ଆର୍ଟିଏମ୍ୟୁ କୋଲକତାର ଏକ ୟୁନିଟ୍ । ଏହା କଷ୍ଟମାଇଜ୍ଡି ଉତ୍ପାଦ ଜରିଆରେ ଆବଶ୍ୟକ ଟ୍ରେଜେରୀ କାରବାରରେ ସଂକ୍ରାନ୍ତ ସମସ୍ତ ସମସ୍ୟା ସମାଧାନ କରିଥାଏ । ଗ୍ରାହକଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କରିବା, ଇନ୍ପୁଟ୍ ଯୋଗାଇଦେବା, ଏମ୍ଟିଏମ୍ ଟ୍ରାକିଂ କରିବା ଇତ୍ୟାଦି କରାଇବାରେ ଏହି ଶାଖା ସହାୟକ ହେବ । ଏହି ଶାଖାର ରିଲେସନ୍ସିପ ମ୍ୟାନେଜରଭାବେ ଅଭିରାମ ଶୁକ୍ଲାଙ୍କୁ ନିଯୁକ୍ତଦିଆଯାଇଛି । ଏହି ଉଦ୍ଘାଟନୀ ଉତ୍ସବ ଆର୍ଟିଏମ୍ୟୁ କୋଲକତାର ସହାୟକ ମହା ପ୍ରବନ୍ଧକ ତଥା ମୁଖ୍ୟ ସନ୍ଦିପ କୁମାର ସିହ୍ନା ଧନ୍ୟବାଦ ଅର୍ପଣ କରିଥିଲେ ।