ରାତିରେ ନଖାଇ ଶୋଇଲେ ଏହିସବୁ ସମସ୍ୟାରେ ପଡ଼ିପାରନ୍ତି

ଆଧୁନିକ ଜୀବନଶୈଳୀ ରେ ଦିନସାରା କାମ ଚାପ ଏବଂ ସନ୍ଧ୍ୟାରେ ଥକାପଣ ଯୋଗୁ ଅଧିକାଂଶ ଲୋକ ରାତିରେ ଖାଦ୍ୟ ନ ଖାଇ ଶୋଇ ପଡ଼ିଥାନ୍ତି। ଯଦି ଆପଣଙ୍କ ଏହି ଅଭ୍ୟାସ ନିତିଦିନିଆ ଅଭ୍ୟାସରେ ପରିଣତ ହୁଏ, ତା’ହେଲେ ଏହା ଆପଣଙ୍କ ପାଇଁ ଖରାପ ହୋଇପାରେ। ଖାଲି ପେଟରେ ରାତିରେ ଶୋଇବା ଦ୍ୱାରା ଅନେକ ରୋଗ ହେବାର ଆଶଙ୍କା ଥାଏ। ଆପଣ ଯଦି ଏହିପରି କରୁଥାନ୍ତି, ତାହାଲେ କେଉଁ ସବୁ ସମସ୍ୟାରେ ପଡ଼ିପାରନ୍ତି, ଜାଣନ୍ତୁ…

ଶରୀରରେ ଶକ୍ତି କମ୍‌ ହୋଇଥାଏ –
ଅନେକ ଲୋକ ଭାବନ୍ତି ଯେ, ରାତିରେ ଶରୀରକୁ ଖାଇବାର ଆବଶ୍ୟକତା ନଥାଏ। କିନ୍ତୁ ହେଲଥ୍‌ ଏକ୍ସପର୍ଟଙ୍କ କହିବା ଅନୁସାରେ, ଆମ ଶରୀର ୨୪ ଘଣ୍ଟା ଶକ୍ତି ଉତ୍ପାଦନ କରିଥାଏ। ଏଥିପାଇଁ ଶରୀରକୁ ଖାଦ୍ୟର ଆବଶ୍ୟକତା ପଡ଼ିଥାଏ। ରାତିରେ ଆପଣ ଖାଲି ପେଟରେ ଶୋଇବା ଯୋଗୁ ଏହା ପର ଦିନ ଆପଣ ଥକାପଣ ଅନୁଭବ କରିପାରନ୍ତି।

ମେଟାବଲିଜିମ୍‌ ଉପରେ ପ୍ରଭାବ ପକାଇ ପାରେ –
ଯେଉଁମାନଙ୍କର ରାତିରେ ନ ଖାଇ ଶୋଇବାର ଅଭ୍ୟାସ ଥାଏ ସେମାନଙ୍କର ମେଟାବଲିଜିମ୍‌ ଉପରେ ଖରାପ ପ୍ରଭାବ ପକାଇଥାଏ। ମେଟାବଲିଜିମ୍‌ ଆମ ଶରୀରରେ ଶକ୍ତି ଉତ୍ପାଦନ କରିବାରେ ସାହାଯ୍ୟ କରିଥାଏ। ଏହା ସହ ଖାଲିପେଟରେ ଶୋଇବା ଦ୍ୱାରା ଆମ ଶରୀରରେ କୋଲେଷ୍ଟ୍ରୋଲ୍‌ ଲେବଲ୍‌ ଏବଂ ଥାଇରଏଡ୍‌ ହେବାର ସମ୍ଭାବନା ଥାଏ। ଏହି ଅଭ୍ୟାସ ଶରୀରରେ ଅନେକ ରୋଗ ସୃଷ୍ଟି କରିପାରେ।

ଶୋଇବାରେ ଅସୁବିଧା –
ଖାଲି ପେଟରେ ଶୋଇବା ଦ୍ୱାରା ଅଧା ରାତିରେ ଆପଣଙ୍କ ପେଟରେ ଖାଦ୍ୟ ନ ଥିବାରୁ ପେଟ କାଟିବା ସମସ୍ୟା ମଧ୍ୟ ଦେଖା ଦେଇପାରେ। ଏଥିପାଇଁ ଆପଣଙ୍କ ନିଦ ପୂରା ହୋଇପାରେ ନାହିଁ। ଆପଣ ଏହା ପରଦିନ ଅସୁସ୍ଥ ଏବଂ ଚିଡ୍‌ଚିଡ଼ା ଅନୁଭବ କରିଥାନ୍ତି।

ଓଜନ ବଢ଼ିଥାଏ –
ଅନେକ ଲୋକ ଓଜନ ବଢ଼ିବା ସମସ୍ୟାକୁ ନେଇ ଚିନ୍ତିତ ଥାଆନ୍ତି। ସେମାନେ କମ୍‌ ଖାଉଥିଲେ ମଧ୍ୟ ସେମାନଙ୍କର ଓଜନ ବୃଦ୍ଧି ପାଇଥାଏ। ଯଦି ଆପଣ ଭାବୁଛନ୍ତି, ନ ଖାଇକି ଶୋଇବା ଦ୍ୱାରା ଆପଣଙ୍କ ଓଜନ କମ୍‌ ହେବ, ତା’ହେଲେ ଏହା ଭୁଲ୍‌। ଏହାଦ୍ୱାରା ଓଜନ କମ୍‌ ହୋଇନଥାଏ ବରଂ ଓଜନ ବୃଦ୍ଧି ପାଇଥାଏ। ହେଲଥ୍‌ ଏକ୍ସପର୍ଟ‌ଙ୍କ ଅନୁସାରେ, ରାତିରେ କମ୍‌ ଖାଇବା ଆବଶ୍ୟକ। ଆପଣ କିନ୍ତୁ ନ ଖାଇ ଶୋଇବା ଯୋଗୁ ଅସୁବିଧାରେ ପଡ଼ିପାରନ୍ତି।

ଶରୀରରେ ନ୍ୟୁଟ୍ରିସନ୍‌ କମ୍‌ ହୋଇଥାଏ –
ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଆପଣଙ୍କ ଶରୀରରେ ନ୍ୟୁଟ୍ରିସନ୍‌ କମ୍‌ ହୋଇପାରେ। ହେଲଥ୍‌ ଏକ୍ସପର୍ଟ‌ଙ୍କ ଅନୁସାରେ, ଶରୀରକୁ ସୁସ୍ଥ ରଖିବା ପାଇଁ ନ୍ୟୁଟ୍ରିସନ୍‌ର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ରାତିରେ ଖାଲି ପେଟରେ ଶୋଇବା ଯୋଗୁ ଏହା କମ୍‌ ହୋଇଥାଏ। ଏଥିପାଇଁ ମଧ୍ୟ ଶରୀରରେ ସମସ୍ୟା ଦେଖା ଦେଇପାରେ।