ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୪୧ ଲକ୍ଷ ୭୦ ହଜାର, ମୃତ୍ୟୁ ସଂଖ୍ୟା ୧୪ ଲକ୍ଷ ୮୫ ହଜାର

ନୂଆଦିଲ୍ଲୀ, ୨/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୪୧ ଲକ୍ଷ ୭୦ ହଜାର ୪୦୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ୧୪ ଲକ୍ଷ ୮୫ ହଜାର ୬୭୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୪୪ ଲକ୍ଷ ୨୮ ହଜାର ୨୩୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୮୨ ଲକ୍ଷ ୫୬ ହଜାର ୫୦୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୬୮୫ ହେଉଛନ୍ତି ଗୁରୁତର ରୋଗୀ ।