ଶିମଲା, ୨/୧୧ : ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନି ଦେଓଲ କରୋନା ସଂକ୍ରମିତ ହୋଇଛନ୍ତି । ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ଥୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସନି ଦେଓଲ ବ୍ୟକ୍ତିଗତ ଗସ୍ତରେ ହିମାଚଳ ପ୍ରଦେଶ ଆସିଥିଲେ । ସେ କିଛି ଦିନ ହେବ କୁଲ୍ଲୁ ଜିଲ୍ଲାର ମନାଲୀସ୍ଥିତ ଫାର୍ମ ହାଉସରେ ରହିଥିଲେ ।
୬୪ ବର୍ଷୀୟ ଅଭିନେତା ସନି ଦେଓଲ ନିକଟରେ ମୁମ୍ବାଇରେ ନିଜର କାନ୍ଧରେ ସର୍ଜରୀ କରାଇଥିଲେ । ଏହା ପରେ କିଛି ସମୟ ଆରାମ କରିବାକୁ ମନାଲୀରେ ନିଜର ଫାର୍ମ ହାଉସ ଗସ୍ତ କରିଥିଲେ । ସେ କିଛି ଦିନ ହେବ ଏଠାରେ ଥିଲା । ଏହାରି ମଧ୍ୟରେ ଡିସେମ୍ବର ୩ ତାରିଖ ସନି ଦେଓଲ ନିଜର ବନ୍ଧୁମାନଙ୍କ ସହିତ ମୁମ୍ବାଇ ଯିବାକୁ ଯୋଜନା କରିଥିଲେ । କିନ୍ତୁ ସେ ଏବେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।