OMCର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨ /୧୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଖଣି ନିଗମର କଷ୍ଟମର ଇଣ୍ଟିଗ୍ରେଟେଡ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ର ଶୁଭାରମ୍ଭ କରିଛନ୍ତି। ଏହାସହ ଷ୍ଟକ୍ୟାର୍ଡ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌ର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ସିଷ୍ଟମର ଶୁଭାରମ୍ଭ କରି ଏପରି ବ୍ୟବସ୍ଥା ଦ୍ୱାରା ଗ୍ରାହକ ରେଜିଷ୍ଟ୍ରେସନ ପାଇଁ ଏକ ଅଲଗା ଡାସ୍‌ବୋର୍ଡ ପାଇବେବୋଲି କହିଛନ୍ତି। ଏହାସହ ଅର୍ଡର ଷ୍ଟାଟସ୍, ଷ୍ଟକ, ସାପ୍ତାହିକ ଡେସ୍ପାଚ ରିପୋର୍ଟ ମଧ୍ୟ ଗ୍ରାହକ ପାଇପାରିବେ ବୋଲି ସେ କହିଛନ୍ତି।

ତେବେ OMC ବାର୍ଷିକ ୨୦ ମିଲିୟନ ଟନ୍ ଲୁହାପଥର ଉତ୍ପାଦନ ଲକ୍ଷ୍ୟରେ ଆଗେଇ ଚାଲିଥିବା ଏହି ଅବସରରେ ସୂଚନା ଦିଆଯାଇଛି।