ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ କୋଟି ୭୩ ଲକ୍ଷ ୬୮ ହଜାର, ମୃତ୍ୟୁ ସଂଖ୍ୟା ୧୫ ଲକ୍ଷ ୪୧ ହଜାର

ନୂଆଦିଲ୍ଲୀ, ୭/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୭୩ ଲକ୍ଷ ୬୮ ହଜାର ୯୬୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୫ ଲକ୍ଷ ୪୧ ହଜାର ୩୩୦ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୬୫ ଲକ୍ଷ ୬୮ ହଜାର ୨୪୧ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୯୨ ଲକ୍ଷ ୫୯ ହଜାର ୩୯୧ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୧୩୬ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୧ ଲକ୍ଷ ୫୩ ହଜାର ୩୦୬ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୮୮ ହଜାର ୮୮୬ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୮୮ ଲକ୍ଷ ୫୩ ହଜାର ୭୦୫ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୦ ଲକ୍ଷ ୧୦ ହଜାର ୭୧୫। ଏଥିରୁ ୨୬ ହଜାର ୪୪୮ ଜଣ ଗୁରୁତର ଅଛନ୍ତି ।