ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ନିରାକାରପୁର, ୭/୧୨ : ଗତକାଲି ବିଳମ୍ବିତ ରାତ୍ରୀରେ ନରଣଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହାଡ଼ପଡ଼ା ଅଞ୍ଚଳର କୁରୁମପଡ଼ା ଗାଁରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଯେଉଁ ପାଞ୍ଚଜଣଙ୍କର ଘର ପୋଡ଼ିଯାଇଛି ସେମାନେ ହେଉଛନ୍ତି ଧନେଶ୍ୱର ଜେନା, ଗଦାଧର ଜେନା, ଜଳଧର ଜେନା, ସୁରେନ୍ଦ୍ର ଜେନା ଏବଂ ରବୀନ୍ଦ୍ର ଜେନା।

ଖବର ପାଇ ଖୁରଧା ଦମକଳ ବାହିନୀ ଆସି ନିଆଁ ଲିଭାଇ ଥିଲେ। କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ବିଳମ୍ବିତ ତଥା ଶୀତ ରାତିରେ ନିଆଁ ଲାଗିଥିବା ଏହିସବୁ ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରି ନ ଥିଲା। ପୋଡ଼ି ନଷ୍ଟ ହୋଇଯାଇଥିବା ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।