ଭୁବନେଶ୍ବର,୭ /୧୨: ଆଜି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କର ଜାମିନ ଆବେଦନ ଭୁବନେଶ୍ବର ଏଡିଜେ-୩ ଖାରଜ କରିଛନ୍ତି। ଆଜି ପୂର୍ବାହ୍ନରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ତାଙ୍କର ଜାମିନ ଖାରଜ ହୋଇଯିବାକୁ ତାଙ୍କୁ ପୁଣିଥରେ ଜେଲ୍ ଯିବାକୁ ପଡ଼ିଛି। ଫଳରେ ଆଜି ତାଙ୍କୁ ଜାମିନ ମିଳିବା ଉଦ୍ୟମ ବିଫଳ ହୋଇଛି, ଯାହା ତାଙ୍କୁ ନିରାଶ କରିଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ଏବଂ ସେ ଏବେ ଜେଲ୍ରେ ଅଛନ୍ତି।