ନୂଆଦିଲ୍ଲୀ, ୭/୧୨ : ଆଜିଠାରୁ ଫ୍ଲିପକାର୍ଟରେ ମୋବାଇଲ ବୋନାଞ୍ଜା ସେଲ୍ ଆରମ୍ଭ ହୋଇଯାଇଛି । ଏହି ସେଲ୍ ୪ ଦିନ ପାଇଁ ଜାରି ରହିବ । ସେଲର ଶେଷ ଦିନ ରହିଛି ଡିସେମ୍ବର ୧୦ ତାରିଖ । ଏଥିରେ ବିଭିନ୍ନ ନାମୀଦାମୀ ମୋବାଇଲ କମ୍ ଟଙ୍କାରେ ମିଳିପାରିବ । ଆପଣ ଶସ୍ତାରେ ସାମସଙ୍ଗ୍, ଆପଲ, ପୋକୋ, ରିଅଲମୀ ଭଳି କମ୍ପାନୀର ଫୋନ୍ କିଣିପାରିବେ ।
ସର୍ବପ୍ରଥମେ ରିଅଲମିର ପପୁଲାର୍ ଫୋନ୍ ସି୧୧ ଏବେ ୮୯୯୯ ଟଙ୍କା ବଦଳରେ ୭୪୯୯ରେ ମିଳିବ । ଏହି ଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ରହିଛି । ଏହାର ଡିସପ୍ଲେ ୬.୫ ଇଞ୍ଚ୍ ଥିବା ବେଳେ ଏଥିରେ ଏଚଡି ଓ ଫୁଲ୍ ସ୍କ୍ରିନ୍ ଦିଆଯାଇଛି । ସେହିପରି ରିଅଲମି ନାରଜୋ -୨୦ର ଦାମ୍ ୧୨,୯୯୯ ଟଙ୍କା ରହିଥିବା ବେଳେ ଏହା ୧୦,୪୯୯ରେ କିଣିହେବ । ରିଅଲମି ୯ଆଇ ୧୦,୯୯୯ ବଦଳରେ ମାତ୍ର ୮୯୯୯ ଟଙ୍କା ଦେଇ ଗ୍ରାହକମାନେ କିଣିପାରିବେ
ପ୍ରିମିୟର ବ୍ରାଣ୍ଡ୍ ଆପଲର ଆଇଫୋନ୍ ଏସଇ ୩୯,୯୯୦ ବଦଳରେ ୩୨,୯୯୯ ଟଙ୍କାରେ କିଣିହେବ । ଭିଭୋ ଭି୨୦କୁ ଗ୍ରାହକମାନେ ୨୫୦୦ ଟଙ୍କାର ଏକ୍ସଚେଞ୍ଜରେ କିଣିପାରିବେ । ଏହି ଫୋନ ୨୭,୯୯୦ ବଦଳରେ ୨୪,୯୯୦ ଟଙ୍କାରେ କିଣାଯାଇ ପାରିବ । ସାମସଙ୍ଗ୍ ଗାଲାକ୍ସି ଏଫ-୪୧ ୧୯,୯୯୯ ଟଙ୍କା ବଦଳରେ ୧୫,୪୯୯ ଟଙ୍କାରେ ଉପଲବ୍ଧ ହୋଇପାରିବ । ଏଥିରେ ୬୪ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି ।
ଏତତ୍ ବ୍ୟତୀତ ପୋକୋ ଏମ୨-ପ୍ରୋ, ପୋକୋ ସି-୩ ଉପରେ ଅଫର୍ ରହିଛି । ଏହା ବର୍ତ୍ତମାନର ମୂଲ୍ୟଠୁ ପ୍ରାୟ ୨ରୁ ୩ ହଜାର କମ୍ ଟଙ୍କାରେ ଗ୍ରାହକମାନେ କିଣିପାରିବେ ।