ନୂଆଦିଲ୍ଲୀ, ୮/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୬ କୋଟି ୭୯ ଲକ୍ଷ ୩ ହଜାର ୨୨୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୫ ଲକ୍ଷ ୪୯ ହଜାର ୬୧୩ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୪ କୋଟି ୬୯ ଲକ୍ଷ ୮୯ ହଜାର ୭୬୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୧ କୋଟି ୯୩ ଲକ୍ଷ ୬୩ ହଜାର ୭୬୫ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୨୨୧ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫୩ ଲକ୍ଷ ୫୧ ହଜାର ୨୩୦ରେ ପହଞ୍ଚିଛି । ମୋଟ ୨ ଲକ୍ଷ ୯୦ ହଜାର ୭୩ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୮୯ ଲକ୍ଷ ୭୮ ହଜାର ୮୨୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୦ ଲକ୍ଷ ୮୧ ହଜାର ୯୬୫।ଏଥିରୁ ୨୬ ହଜାର ୯୪୪ ଜଣ ଗୁରୁତର ଅଛନ୍ତି ।