ନୂଆଦିଲ୍ଲୀ, ୨୨/୧୧ : ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟାରେ କ୍ରମାଗତ ଭାବେ ହ୍ରାସ ଘଟୁଛି । ଏକ୍ଷେତ୍ରରେ ଗତ ୨୪ ଘଣ୍ଟାରେ ୨୬ ହଜାର ୫୬୭ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୭ ଲକ୍ଷ ୦୩ ହଜାର ୭୭୦ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୩୮୫ ଜଣ କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୦ ହଜାର ୯୫୮କୁ ବୃଦ୍ଧି ପାଇଛି। ଦେଶରେ ଏବେ ୩ଲକ୍ଷ ୮୩ ହଜାର ୮୬୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୯୧ ଲକ୍ଷ ୭୮ ହଜାର ୯୪୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।