ଆବଶ୍ୟକ ସାମଗ୍ରୀ
ଚିଙ୍ଗୁଡ଼ି ୭୫୦ ଗ୍ରାମ୍
ବାସୁମତୀ ଅରୁଆ ଚାଉଳ
ତେଲ ଆବଶ୍ୟକ ଅନୁଯାୟୀ
୪ଟା କଟାଯାଇଥିବା ପିଆଜ
ଅଦା ରସୁଣ ବଟା
ତେଜପତ୍ର, ହଳଦୀ, ଲଙ୍କା, ପୋଦିନା ପତ୍ର, ଧନିଆ ପତ୍ର, ଜିରା ଗୁଣ୍ଡ
ଗୋଲାପ ଜଳ, କେଉଡ଼ା ଜଳ
ଗୁଆ ଘିଅ
ଗରମ ମସଲା
ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ବାସୁମତୀ ଅରୁଆ ଚାଉଳକୁ ୧୦ ମିନିଟ୍ ଆଗରୁ ବତୁରାଇ ଦିଅନ୍ତୁ । ତା’ପରେ ଗ୍ୟାସ ଲଗାଇ ଏକ ପାତ୍ରରେ ପାଣିକୁ ଫୁଟାନ୍ତୁ । ସେଥିରେ ଲୁଣ, ଗରମ ମସଲା ଓ ଭିଜା ହୋଇଥିବା ଚାଉଳକୁ ପକାନ୍ତୁ । ଚାଉଳକୁ କଞ୍ଚାଳିଆ ରଖି ଗାଳନ୍ତୁ । ତା’ପରେ ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ସେଥିରେ ଅଳ୍ପ ହଳଦୀ ଓ ସ୍ୱାଦ ଅନୁଯାୟୀ ଲୁଣ ପକାନ୍ତୁ । ଗ୍ୟାସରେ କରେଇ ବସାଇ ତେଲ ଗରମ କରନ୍ତୁ । ସେଥିରେ ଚିଙ୍କଗୁଡ଼ିକୁ ଭାଜି କାଢ଼ି ଦିଅନ୍ତୁ । ଏହା ପରେ କରେଇରେ ପୁଣି ତେଲ ପକାଇ ସେଥିରେ ତେଜପତ୍ର, କଟା ହୋଇଥିବା ପିଆଜ ଓ ଲୁଣ ପକାନ୍ତୁ । କରେଇରୁ କିଛି ଭଜା ଯାଇଥିବା ପିଆଜକୁ ଏକ ପାତ୍ରକୁ କାଢି ରଖନ୍ତୁ । ଏହା ଭାଜି ହୋଇଯିବା ପରେ ଏଥିରେ ବିଲାତି, ଲଙ୍କା ଅଦା ରସୁଣ ବଟା ପକାନ୍ତୁ ଓ କଷନ୍ତୁ । ଭଲ ଭାବେ କଷି ହୋଇଯିବା ପରେ ଏହାପରେ ଏଥିରେ ହଳଦୀ ,ଲଙ୍କା, ଜିରା ଗୁଣ୍ଡ, ପୋଦିନା ପତ୍ର, ଧନିଆ ପତ୍ର ପକାନ୍ତୁ । ଏହା ପରେ ଅଳ୍ପ ଗୋଲାପ ଜଳ ଓ କେଉଡ଼ା ଜଳ ପକାଇ ଏଥିରେ ଚିଙ୍ଗୁଡ଼ି ପକାନ୍ତୁ । ଅଳ୍ପ କଷି ହେବା ପରେ ଏଥିରେ ଗରମ ମସଲା, ଗୁଆ ଘିଅ ,ତେଜ ପତ୍ର ପକାନ୍ତୁ । ଏହାପରେ ସେଥିରେ ଭାତ ଓ ଚିଙ୍ଗୁଡ଼ି ପକାନ୍ତୁ । ଏପରି ସ୍ତର ସ୍ତର କରି ଥରେ ଭାତ, ଭଜା ପିଆଜ, ଚିଙ୍ଗୁଡ଼ି ପକାନ୍ତୁ । ଏହା ପରେ ଏହାକୁ କିଛି ସମୟ ଗ୍ୟାସରେ ବସାଇ ରଖନ୍ତୁ । ଢାଙ୍କୁଣି ଦେବା ଆଗରୁ କିଛି ଅଟା ବା ମଇଦାର ଏକ ଆସ୍ତରଣ କରି ଏହି ପାତ୍ର ଉପରେ ରଖି ଢାଙ୍କୁଣି ଦେଇ ଭାରି ଜିନିଷ ( ଯେପରି ତାୱା) ରଖନ୍ତୁ । କିଛି ସମୟ ରଖିବା ପରେ ଏହା ପ୍ରସ୍ତୁତ ହୋଇଯିବ । ଏବେ ଏକ ପାତ୍ରକୁୂ କାଢି ଏହାକୁ ଧନିଆ ପତ୍ର, ପୋଦିନା ପତ୍ର ,ଗୋଲ କରି କଟା ପିଆଜ ଦେଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଚିଙ୍ଗୁଡ଼ି ପଲାଉ । ଏବେ ଗରମ ଗରମ ଖାଇବାର ମଜା ନିଅନ୍ତୁ ।
Comments are closed.