ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ କୋଟି ୨୬ ଲକ୍ଷ ୨୧ ହଜାର, ମୃତ୍ୟୁ ସଂଖ୍ୟା ୧୬ ଲକ୍ଷ ୧୮ ହଜାର

ନୂଆଦିଲ୍ଲୀ, ୧୪/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୭ କୋଟି ୨୬ ଲକ୍ଷ ୨୧ ହଜାର ୮୫୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୬ ଲକ୍ଷ ୧୮ ହଜାର ୪୬୧ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୮ ଲକ୍ଷ ୪୬ ହଜାର ୪୪୫ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୧ ଲକ୍ଷ ୫୬ ହଜାର ୯୫୧ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୧୯୩ ହେଉଛନ୍ତି ଗୁରୁତର ରୋଗୀ ।

ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୭ ଲକ୍ଷ ୨୯ ହଜାର ୫୩୪ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୬ ହଜାର ୪୨୭ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୯୭ ଲକ୍ଷ ୧୮ ହଜାର ୪୬୨ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୭ ଲକ୍ଷ ୪ ହଜାର ୬୪୫ । ଏଥିରୁ ୨୭ ହଜାର ୬୨୬ ଜଣ ଗୁରୁତର ଅଛନ୍ତି ।