ମା’ ହେବାକୁ ଯାଉଛନ୍ତି ନେହା କକ୍କର : ସୋସିଆଲ ମିଡିଆରେ ସେୟାର କଲେ ବେବି ବମ୍ପ ଫଟୋ

ମୁମ୍ବାଇ, ୧୮/୧୨: ବଲିଉଡ ସିଙ୍ଗର ନେହା କକ୍କର ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ସେ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି ବୋଲି ଜଣାଇଛନ୍ତି। ନେହା ନିଜ ଇନଷ୍ଟାଗ୍ରାମରେ ପତି ରୋହନପ୍ରୀତ ସିଂଙ୍କ ସହ କ୍ୟୁଟ୍ ଫଟୋ ସେୟାର କରି ଏବିଷୟରେ ସୂଚନା ଦେଇଛନ୍ତି। ଫଟୋରେ ନେହା ବ୍ଲ୍ୟୁ ଡେନିମ୍ ଡଙ୍ଗରୀରେ ନଜର ଆସୁଛନ୍ତି। ଏହି ଫଟୋରେ ସେ ନିଜ ବେବି ବମ୍ପ୍ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ନେହା କ୍ୟାପସନରେ ଲେଖିଛନ୍ତି – ସେୟାର କରି ନେହା କ୍ୟାପ୍ସନର୍ ଲେଖିଛନ୍ତି ‘ #KhyaalRakhyaKar.। ସେ ଗତ ଅକ୍ଟୋବର ୨୪ରେ ବିବାହ କରିଥିଲେ । ନେହାଙ୍କ ଗର୍ଭବତୀ ଖବରକୁ ନେଇ ତାଙ୍କ ଫ୍ୟାନ୍ ଏବେ ଆଶ୍ଟର୍ଯ୍ୟ ହୋଇପଡିଛନ୍ତି ।