ଭୁବନେଶ୍ୱର, ୧୮/୧୨ : ଆଜି ଯୁବ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିଛି । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ସକାଳ ୧୦ଟାରେ ଏହି ବୈଠକରେ ରାଜ୍ୟ ଯୁବ ବିଜେଡିର କାର୍ଯ୍ୟକାରୀ ସଭାପତି, ମହାସଚିବ, ବରିଷ୍ଠ ଉପସଭାପତି, ଉପସଭାପତି, ସାଧାରଣ ସଂପାଦକ, ସଂପାଦକ, ଯୁଗ୍ମ ସଂପାଦକ, ସାଂଗଠନିକ ଜିଲ୍ଲାର ସମସ୍ତ ଜିଲ୍ଲା ସଭାପତି, ସମସ୍ତ ଜୋନ୍ ସଭାପତି ଯୋଗଦେଇଛନ୍ତି। ବିଜୁ ଯୁବ ଜନତା ଦଳର ନବକଳେବର ପରେ ଏହା ପ୍ରଥମ କାର୍ଯ୍ୟକାରିଣୀ ବୈଠକ।
ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନବୀନ ନିବସରୁ ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକରେ ଦୁଇ-ତିନୋଟି ପ୍ରସ୍ତାବ ଆଗତ ହେବ । ବୈଠକରେ ସାଙ୍ଗଠନିକ ଚିଠା ପ୍ରସ୍ତାବ, ରାଜନୈତିକ ଚିଠା ପ୍ରସ୍ତାବ ଓ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ।