ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିଛି : ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୮/୧୨ : ବିଜୁ ଯୁବ ଜନତା କାର୍ଯ୍ୟକାରିଣୀ​‌ ବୈଠକରେ କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ସହ ବୈଠକରେ ଜାତୀୟ ଦଳଗୁଡ଼ିକ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନବୀନ। କେନ୍ଦ୍ର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ରଖୁଛି। ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦେବା ନେଇ ଇସ୍ତାହାରରେ ରଖିଥିଲେ, କିନ୍ତୁ ନିର୍ବାଚନ ପରେ ଉଭୟ ଦଳ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଞ୍ଚଳିକ ଦଳ ଭାବେ ବିଜେଡି ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିଛି। ସ୍ୱତନ୍ତ୍ର ଓଡିଶା ଗଠନ ପାଇଁ ଲଢେଇ କରୁଛି। ଓଡିଶାବାସୀ ହେଉଛନ୍ତି ଆମର ବସ। ଓଡିଶାର ବିକାଶ ପାଇଁ ଲଢେଇ ଜାରି ରଖିଛୁ। ଓଡିଶାର ଖଣିଜ ସମ୍ପଦ ଓଡିଶାବାସୀ କେମିତି ପାଇବେ ଲଢେଇ କରୁଛୁ । ନିର୍ବାଚନ ଜିତି କ୍ଷମତା ହାସଲ କରିବା ଜାତୀୟ ଦଳର ଲକ୍ଷ୍ୟ। ଜାତୀୟ ନେତାଙ୍କୁ ଖୁସି କରି ବଡ ପଦବୀ ପାଇବା ସେମାନଙ୍କ ଲକ୍ଷ୍ୟ ବୋଲି ନବୀନ ପଟ୍ଟନାୟ କହିଛନ୍ତି।

ଓଡିଆ ଭାଷା, କଳା, ସଂସ୍କୃତି ହେଉଛି ଅନନ୍ୟ । ମହାନଦୀ ହେଉଛି ଆମର ଜୀବନରେଖା । ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି । ଆମ ପାଇଁ ଆମ ଭାଷା ଗୁରୁତ୍ୱପୂର୍ଣ୍ଣ । ହିନ୍ଦୀ ଠାରୁ ଓଡିଆ ଅତି ଗୁରୁତ୍ୱପୂର୍ଣ୍ଣ । ତୃଣମୂଳ ସ୍ତରରୁ ସଙ୍ଗଠନ ଦୃଢ ଆମର ମୁଖ୍ୟ ଲକ୍ଷ୍ୟ ବୋଲି ବିଜେଡି ସୁପ୍ରିମ କହିଛନ୍ତି ।