କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ

କୋଲକାତା, ୧୯/୧୨ : ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। କ୍ଷମତାସୀନ ତୃଣମୂଳ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଶାହା ଏହି ଗସ୍ତ କରିଛନ୍ତି ।

ଅନୁମାନ କରାଯାଉଛି ଯେ, ତୃଣମୂଳ କଂଗ୍ରେସ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପଦ ଛାଡ଼ିଥିବା ନେତା ଶୁଭେନ୍ଦୁ ଅଧିକାରୀ, ଶୀଳଭଦ୍ର ଦତ୍ତ ଓ ଜିତେନ୍ଦ୍ର ତିୱାରୀ ଭଳି ତୃଣମୂଳ କଂଗ୍ରେସର କିଛି ଅସନ୍ତୁଷ୍ଟ ନେତା, ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ କାଳରେ ବିଜେପିରେ ସାମିଲ ହୋଇପାରନ୍ତି ।

ଶନିବାର ସକାଳୁ ଶାହା ଦଳୀୟ ନେତାମାନଙ୍କ ସହ ବୈଠକ କରି ରଣନୀତି ପ୍ରସ୍ତୁତ କରିବେ। ଗୃହମନ୍ତ୍ରୀ ଜଣେ ଚାଷୀଙ୍କ ଘରେ ଅପରାହ୍ନରେ ଭୋଜନ କରିବେ ଏବଂ ମିଦନାପୁରର କଲେଜ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜନସଭାକୁ ସମ୍ବୋଧିତ କରିବେ । ଆଶା କରାଯାଉଛି ତୃଣମୂଳ କଂଗ୍ରେସର କିଛି ନେତା ରାଲି ସମୟରେ ବିଜେପିରେ ସାମିଲ ହେବେ । ଏହି ରାଲି ପରେ କୋଲକାତା ଫେରିଆସିବେ ଏବଂ ଏଠାରେ ନେତାଙ୍କ ସହିତ ବୈଠକ କରି ସଂଗଠନର ସ୍ଥିତି ସଂପର୍କରେ ଅବଗତ ହେବେ ।