ଭୁବନେଶ୍ୱର, ୧୯/୧୨ : ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ସିନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ୍ ତରଫରୁ ଚଢ଼ାଉ ହୋଇଛି। ଆସିଷ୍ଟାଣ୍ଟଙ୍କ ପାଣ୍ଡ୍ରାସ୍ଥିତ ୨ ମହଲା ଘର, ପ୍ରଶାନ୍ତ ବିହାର ସରକାରୀ କ୍ବାର୍ଟର ସହିତ ବାଣୀ ବିହାର ଅଫିସ୍ ଓ କଳିଙ୍ଗନଗର କେ-୪/୧୪୦ରେ ମଧ୍ୟ ଚଢ଼ାଉ ଜାରି ରହିଛି ।
ଭୁବନେଶ୍ୱର ସ୍ପେସାଲ୍ ଭିଜିଲାନ୍ସ୍ ଜଜ୍ଙ୍କ ସର୍ଚ ଓ୍ଵାରେଣ୍ଟ୍ ବଳରେ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ଦୁର୍ଗାପୁର ଗାଁର ମୂଳ ବାସିନ୍ଦା ଏବଂ ସମ୍ପ୍ରତି ବାଣୀବିହାରର ‘ଡିଡିସିଇ’ରେ ବରିଷ୍ଠ ସହକାରୀଭାବେ କାର୍ଯ୍ୟରତ ଆକାଉଣ୍ଟ୍ସ୍ ଅଫିସର୍ ଅଶୋକ କୁମାର ମିଶ୍ରଙ୍କ ଅଫିସ୍ ଓ ବାସଭବନ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏହା ବ୍ୟତିରେକେ, ଶ୍ରୀ ମିଶ୍ରଙ୍କ ଘରୁ ନଗଦ ୩,୫୫,୦୦୦/- ଟଙ୍କା ଜବତ କରାଯାଇଛି।