କାବୁଲ : ଆଫଗାନିସ୍ତାନର ପୂର୍ବ ଗଜନୀ ପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ପୋରଣରେ ଅତି କମରେ ୧୫ ଶିଶୁ ନିହତ ହେବା ସହିତ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି। ଗଜନିରେ ଆୟୋଜିତ ଏକ ଧାର୍ମିକ ସମାବେଶରେ ଆତଙ୍କବାଦୀଙ୍କମାନେ ଏକ ଅଟୋରିକ୍ସାରେ ବୋମା ରଖି ଏହି ବିସ୍ଫୋରଣ ଘଟାଇଛନ୍ତି । ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଏହା ପଛରେ ତାଲିବାନର ହାତ ଥିବା ସନ୍ଦେହ କରାଯାଉଛି।