ପୁରୀ, ୧୯/୧୨ : ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତମାନଙ୍କ ଲାଗି ଭକ୍ତ ନିବାସ ନିର୍ମାଣ ହେବ । ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ ନିର୍ମାଣ ହେବ ଏହି ନିବାସ। ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ କୁମାର। ଏଥିରେ ଶଯ୍ୟା ପିଛା ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ପୁରୀରେ ରାତ୍ରିଯାପନ କରିପାରିବେ ଭକ୍ତମାନେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇତିମଧ୍ୟରେ ଭକ୍ତ ନିବାସ ପାଇଁ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି।