ନୂଆଦିଲ୍ଲୀ,୧୯ /୧୨: ୨୦୨୧-୨୨ ବଜେଟରେ ସ୍ୱାସ୍ଥ୍ୟକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଆଯିବ। ସରକାରଙ୍କ ପ୍ରାଥମିକତା ତାଲିକାରେ ସ୍ୱାସ୍ଥ୍ୟ ଏବଂ ପୁଞ୍ଜି ବିନିଯୋଗ ରହିଛି। କରୋନା ମହାମାରୀ ଦ୍ୱାରା ପ୍ରଭାବିତ ଭାରତୀୟ ଅର୍ଥ ବ୍ୟବସ୍ଥାକୁ କିଭଳି ବିଶ୍ୱ ଅଭିବୃଦ୍ଧିର ମୁଖ୍ୟ ସ୍ରୋତ କରାଯାଇ ପାରିବ, ସେ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅଗ୍ରଣୀ ଅର୍ଥନୀତିଜ୍ଞଙ୍କ ସହ ତାଙ୍କର ଦଶମ ପ୍ରାକ-ବଜେଟ୍ ଆଲୋଚନା କରିବା ପରେ କହିଛନ୍ତି। ଏଭଳି ବଜେଟ ଆଗରୁ କେବେ ହୋଇନଥିଲା, ଏମିତି କହିଛନ୍ତି ସୀତାରମଣ।
କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ ଦ୍ୱାରା ଆୟୋଜିତ ସହଭାଗୀତା ସମ୍ମିଳନୀ ୨୦୨୦କୁ ସମ୍ବୋଧିତ କରି ସୀତାରମଣ ଶିଳ୍ପ, ସେବା କ୍ଷେତ୍ର ଏବଂ ଶିଳ୍ପ ପ୍ରମୁଖଙ୍କୁ କହିଛନ୍ତି ଯେ ଶିଳ୍ପ ଅନୁସନ୍ଧାନରୁ ଉତ୍ପନ୍ନ ଅଭିବୃଦ୍ଧିମୂଳକ ଚିନ୍ତାଧାରା ଏବଂ ଇନପୁଟଗୁଡିକ ବଜେଟ୍ ସୃଷ୍ଟି ପାଇଁ ବ୍ୟବହାର କରାଯିବ ଯାହା ଭାରତର ଅର୍ଥନୈତିକ ପୁନରୁଦ୍ଧାରରେ ସାହାଯ୍ୟ କରିବ।