ନୂଆଦିଲ୍ଲୀ, ୨୦/୧୨ : କରୋନା ଭାଇରସ ମହାମାରୀ ଲାଗି ବିଶ୍ୱରେ ୭ କୋଟି ୬୫ ଲକ୍ଷ ୯୦ ହଜାର ୧୩୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହି ମାରାତ୍ମକ ଭୂତାଣୁ ଯୋଗୁଁ ଆଜି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୧୬ ଲକ୍ଷ ୯୧ ହଜାର ୬୪ ଜଣଙ୍କର ମୃତ୍ୟୁ ହୋଇଛି । ବିଶ୍ୱବ୍ୟାପୀ ୫ କୋଟି ୩୭ ଲକ୍ଷ ୧୮ ହଜାର ୩୮୮ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୨ କୋଟି ୧୧ ଲକ୍ଷ ୮୦ ହଜାର ୬୮୩ ଜଣ ଅସୁସ୍ଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ୧ ଲକ୍ଷ ୬ ହଜାର ୫୪୪ ହେଉଛନ୍ତି ଗୁରୁତର ରୋଗୀ ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮୦ ଲକ୍ଷ ୬୨ ହଜାର ୯୩୨ରେ ପହଞ୍ଚିଛି । ମୋଟ ୩ ଲକ୍ଷ ୨୩ ହଜାର ୩୪୨ ଜଣଙ୍କର ମୃତ୍ୟୁ ହୋଇଛି । ରୋଗରୁ ୧ କୋଟି ୫ ଲକ୍ଷ ୨୭ ହଜାର ୧୪୯ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୭୨ ଲକ୍ଷ ୧୨ ହଜାର ୪୪୧ । ଏଥିରୁ ୨୮ ହଜାର ୨ ଜଣ ଗୁରୁତର ଅଛନ୍ତି ।