ଦେଶରେ ଆଜି ଚିହ୍ନଟ ହେଲେ ୨୬ ହଜାର ୬୨୪ ନୂଆ ସଂକ୍ରମିତ

ନୂଆଦିଲ୍ଲୀ, ୨୦/୧୨ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ଦେଖାଦେଇଛି । ଏହି କ୍ରମରେ ଗତ ୨୪ ଘଣ୍ଟାରେ ୨୬ ହଜାର ୬୨୪ ନୂଆ ସଂକ୍ରମଣ ସହ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧ କୋଟି ୩୧ ହଜାର ୨୨୩ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୩୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୪୭୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୩ ଲକ୍ଷ ୫ ହଜାର ୩୪୪​‌ ଜଣ ସକ୍ରିୟ ରୋଗୀ ଥିବାବେଳେ ୯୫ ଲକ୍ଷ ୮୦ ହଜାର ୪୦୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।