ହାଇଦ୍ରାବାଦ, ୨୫/୧୨ : ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଅସୁସ୍ଥ ହୋଇପଡ଼ିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ତାଙ୍କୁ ଏବେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଚିକିତ୍ସା କରାଯାଉଛି। ଆଜି ରାତିରେ ସେ ଡାକ୍ତରଖାନାରେ ରହିବେ ଓ ଆସନ୍ତାକାଲି ତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା କରାଯିବ। ଏବେ ସେ ବିଶ୍ରାମ ନେଉଛନ୍ତି ବୋଲି ଆପୋଲୋ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
ରଜନୀକାନ୍ତଙ୍କ ଆଗାମୀ ଚଳଚିତ୍ର ‘ଅନ୍ନାଥ’ର ଶୁଟିଂ ସେଟ୍ରେ ୭ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ରଜନୀକାନ୍ତଙ୍କର ମଧ୍ୟ କରୋନା ପରୀକ୍ଷା କରାଯାଇଥିଲା, ଏବଂ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ଆଜି ସକାଳେ ହାତଟା ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା ।